ପ୍ରିୟ ଲେଖକ,ଲେଖିକା,ପାଠକ,ପାଠିକା !!! ➡ଆପଣମାନେ ଆପଣଙ୍କର ଲେଖା ପଠାନ୍ତୁ... ✍➡ଆମ୍ଭେ ସ୍ଥାନ ଦେବୁ ଆପଣଙ୍କ ଲେଖା ଏହି ବ୍ଲଗରେ... ✍➡ଦୟାକରି MS.Ward Format ରେ ପଠାଇବେ...✍➡ଯେ କୌଣସି ଓଡ଼ିଆ Font ବ୍ୟବହାରକରି ପଠାଇବାକୁ ଅନୁରୋଧ...ଅଫର➡ମନୋନୀତ ଲେଖା ଓ ପାଠକ/ପାଠିକାଙ୍କ ଦ୍ବାରା ଅଧିକ ସେୟାର କମେଣ୍ଟ ଆସିଥିବା ଲେଖା/ଭିଡ଼ିଓ ପାଇଁ ପାରଶ୍ରମିକ ଦେବାର ବ୍ୟବସ୍ତା ମଧ୍ୟ ଅଛି... ସମ୍ପର୍କ➡aapkekalamse@gmail.com

Wednesday, January 3, 2018

ଓଡ଼ିଆ ସାହିତ୍ୟ ସଂସ୍କୃତି, ଭାଷାନୀତି ଓ ନିୟମାବଳୀ Odia Sahitya Sanskruti O Niyamabali

ବନ୍ଧୁଗଣ!
ମୁଁ ସାହାଣୀ ସଞ୍ଜୟ କୁମାର ଧଉଳି ସର୍ବପ୍ରଥମେ ଇଂରାଜୀ-
ନବବର୍ଷର ହାର୍ଦିକ ଅଭିନନ୍ଦନ ଓ ଶୁଭେଛା ଜଣାଉଅଛି |
*********************O^O*********************

ଆଜି ଆମେ ଓଡ଼ିଆ ସାହିତ୍ୟ ସଂସ୍କୃତି
, ଭାଷାନୀତି ଓ ନିୟମାବଳୀ ବିଷୟରେ ଟିକେ ଆଲୋଚନା କରିବା | ୧୯୩୬ରେ ଓଡ଼ିଶା ପ୍ରଦେଶ ସ୍ୱତନ୍ତ୍ର ହୋଇଥିଲେବି ସୁଦ୍ଧା ଓଡ଼ିଆରେ ଲେଖିବା-ପଢିବା ଓ ସରକାରୀ କାର୍ଯ୍ୟ ଭାବେ କାମ କରିବା ସମ୍ଭବ ନଥିଲା | ଏଥିପ୍ରତି ସରକାରଙ୍କ ଆନ୍ତରିକତା ବି ନଥିଲା|ବହୁ ଦିନରୁ ଅନେକ ବୁଦ୍ଧିଜୀବି ସାହିତ୍ୟାକାର,ଲେଖକ ମଣ୍ଡଳୀ ଓ ପ୍ରବାସୀ-ଓଡ଼ିଆଙ୍କ ଚେଷ୍ଟା ଓ ସଂଘର୍ଷ ଜାରି ରହିଥିଲା | ଓଡ଼ିଆ ଭାଷା ସଂଗ୍ରାମ ସମିତି ତରଫରୁ ଭାଷା ଆନ୍ଦୋଳନ ୨୦୧୫ରେ ଆରମ୍ଭ ହେଲା | ଓଡ଼ିଆ ଭାଷା ସଂଗ୍ରାମ ସମିତିର ସଚିବ ସୁବ୍ରତ ପୃଷ୍ଟି ବାବୁଙ୍କ ସହିତ ଅନେକ ସମୟ ଆଲୋଚନା ହୁଏ |ମୁଁ ବି ସେ ସମୟରେ ସଭିଙ୍କ ସଚେତନ ନିମନ୍ତେ ଏକ ଲେଖା ଓଡ଼ିଆ ଭାଷା
ଲେଖିଛି
| ମୋର ବ୍ଲଗ୍(ୱେବ)ରେ ୧୧ ନଭେମ୍ବର ୨୦୧୫ରେ ଏହି
ଲେଖା ପ୍ରସ୍ତୁତ ହୋଇଥିଲା
| ଯାହାର ଲିଂକ ମୁଁ ଏଠାରେ ଦେଉଛି |
ହେଲେ ସେମିତି କିଛି ଭଲ ସହଯୋଗ ମିଳିନଥିଲା, ଯେଉଁଥି ପାଇଁକି ମୁଁ ଟିକେ ପୁଣି ଧିମେଇ ଯାଇଥିଲି | ସୋସିଆଲ ମିଡ଼ିଆରେ ଚର୍ଚ୍ଚା ବି କରିଛି |କେବେ-କେବେ ବନ୍ଧୁମାନଙ୍କ ଠାରୁ ବି ଅନେକ କଥା ଶୁଣିଛି | ମୋର ଓଡ଼ିଆ ପ୍ରତି ଥିବା ଦୁର୍ବଳତାକୁ ଅନେକ ନାପସନ୍ଦ ବି କରନ୍ତି, କିନ୍ତୁ ମୁଁ କେବେ ପଛକୁ ହଟିନି | ଖାସ୍ କରି ତର୍କରେ ମୁଁ ପଛକୁ ଜମାରୁ ହଟେନାହିଁ | କିଛି ଓଡ଼ିଆ ବନ୍ଧୁ ତୋ' ମୋ-ଠୁଁ ଦୂରେଇଗଲେ କାରଣ ସେମାନେ ଉଚ୍ଚ ଇଂରାଜୀ ଶିକ୍ଷିତ ବ୍ୟକ୍ତି ଥିଲେ |
****************O^O****************
ଏମିତି ବି ସୁବ୍ରତ ବାବୁଙ୍କ ସହିତ ବି କେତେଥର ଯୁକ୍ତି ହୋଇଛି କାରଣ ହେଲା, ମୁଁ ସ୍ପଷ୍ଟ କୁହେ | ଥରେ ମୁଁ କହିଲି ସୁବ୍ରତ ବାବୁ! ପ୍ରଥମେ ଅଣଓଡ଼ିଆ ମୂଖ୍ୟମନ୍ତ୍ରୀଙ୍କୁ ହଟାନ୍ତୁ, ନହେଲେ ଏହା ସମ୍ଭବ ନୁହେଁ | ନୀତି ନିୟମ ହେବ, ଦଣ୍ଡ ବିଧାନ ହେବ; ହେଲେ ଏହା କେବଳ ଲୋକଙ୍କୁ ଭୁଆଁ ବୁଲାଇବା ସଦୃଶ ହେବ | ସେ କଥାରେ ଏକମତ ହେଲେ ସତ କିନ୍ତୁ କିଛି କହିଲେ ନାହିଁ | ସେ ଭାବିଲେ ମୁଁ ଗୋଟିଏ ରାଜନୈତିକ ଦଳ ସହିତ ଅଛି ବୋଲି ଏପରି କହୁଛି ବୋଧେ | ତେଣୁ ସେ ମୋର ଅନ୍ତରିକତାକୁ ବୁଝିପାରିଲେ ନାହିଁ | ଚାଲିଗଲା କିଛି ଦିନ ପୁଣି ଦିନେ ଗୋଟେ ଲିଂକ ଦେଲେ ସୁବ୍ରତ ବାବୁ, କହିଲେ ଏହି ଲିଂକରେ ମତାମତ ଦିଅ ସରକାରଙ୍କୁ; ମୁଁ ଦେଖିଲା ପରେ ମତାମତ ଦେଲି | ଆଇଡି ପ୍ରୁଫ୍ ହିସାବରେ ପାନ କାର୍ଡ ବି ଦେଇଥିଲି | ଯାହାର ଲିଂକ ହେଲା | http://odia.odisha.gov.in/feedback.html
ମୋର ବ୍ଲଗ୍ ରେ ବି ମୁଁ ଗୋଟିଏ ଲେଖାଟିଏ (ମତାମତ-ଓଡ଼ିଆ ଭାଷା-ସରକାର) ପୋଷ୍ଟ କରିଥିଲି ୩ ଜାନୁୟାରୀ-୨୦୧୬ରେ
| ଯାହାର ଲିଂକ ହେଲା...http://manarakatha.blogspot.in/2016/01/blog-post.htmlସଭିଙ୍କୁ ନିମନ୍ତ୍ରଣ ବି କରିଥିଲି ମତାମତ ଦେବା ପାଇଁ | ପୂର୍ବପରି ଭଲ ରେଜଲ୍ଟ ବି ମିଳିନଥିଲା | ସେ ଯାହାବି ହେଉ ପ୍ରୟାସ ଜାରି ରହିଥିଲା | ସରକାରୀ ମନ୍ତ୍ରୀଂମଣ୍ଡଳ ଏବେ ସରକାରୀ ଭାଷା ଆଇନ 1954ର ସଂଶୋଧନ କରି ବିହିତ ଦଣ୍ଡବିଧାନ ବ୍ୟବସ୍ଥା ବି କରିଛନ୍ତି |ସେଥିରୁ ଗୋଟିଏ ହେଲା, ଦଣ୍ଡ ବିଧାନ ଆଇନ୍ ଅନୁସାରେ ଯଦି କୌଣସି ଦୋକାନୀ ଓଡ଼ିଆରେ ବିଜ୍ଞାପନ ଫଳକ ନଲାଗନ୍ତି କିମ୍ବା ଦୋକାନ ନାମ ଓଡ଼ିଆରେ ନଲେଖନ୍ତି; ତୋ' ସେମାନଙ୍କୁ ଦଣ୍ଡ ଦିଆଯିବ | କେବଳ ଜନସାଧାରଣଙ୍କ ଉପରେ ଦୋଷ ଲଦିଲେ କଣ ହେବ?ସରକାରର ପ୍ରତି ନେତା-ମନ୍ତ୍ରୀ କାହିଁକି ଓଡ଼ିଆରେ କଥା ଦେଉନାହାନ୍ତି?ସେମାନେ କଣ ପାଇଁ ଓଡ଼ିଆକୁ ଗୁରୁତ୍ୱ ଦେଉନାହାନ୍ତି? ଯାହା ଆଲୋଚନାର ବିଷୟ ଅଟେ | ଏଥର ଆପଣମାନେ ଚିନ୍ତାକରି ଦେଖନ୍ତୁ, ଯେ ଭାଷା ଆଇନ କେତେ ସଫଳ ହେବ | ଆପଣମାନେ ଚୁପ ରହିଲେ ସରକାର ଖସି ଯିବେ |
ବିଚିତ୍ର କଥା ହେଲା ଖୁଦ୍ ମୂଖ୍ୟମନ୍ତ୍ରୀ ନିଜେ ଓଡ଼ିଆ ଆଜିଯାଏ ଶିଖି ପାରିଲେନି, ତୋ' କହିବେ କେମିତି? ଏଠି ଆମଭଳି ଲୋକେ କେବଳ ହଇରାଣ ହୁଅନ୍ତି |
*********************O^O*************************
ଆଜି ଆମେ ଓଡ଼ିଆ ସାହିତ୍ୟ ସଂସ୍କୃତି, ଭାଷାନୀତି ଉପରେ ଭାଷା ଆନ୍ଦୋଳନକୁ ସହଯୋଗ କରିବା ନହେଲେ ଏମିତି ପାଲା ଚାଲିଥିବ |
ପଣ୍ଡିତ ଚାଣକ୍ୟଙ୍କ ଉକ୍ତିରେ ଯେଉଁ ରାଜ୍ୟର ରାଜା ନିଜ ମାତୃଭୂମି ଓ ମାତୃଭାଷାକୁ ସମ୍ମାନ ଦିଏନାହିଁ ସେ କେବେ ଜଣେ ଉତ୍ତମ ରାଜା-ଶାଶକ ହୋଇନପାରେ” | ସ୍ୱଭାବ କବି ଗଙ୍ଗାଧର ମେହରଙ୍କ ଉକ୍ତିରେ “ଯେଉଁ ଲୋକ ମାତୃଭୂମି-ମାତୃଭାଷାକୁ ଭଲ ପାଇବା ଜାଣିନାହିଁ ସେ ସବୁଠାରୁ ବଡମୂର୍ଖ ଅଟେ |” ସମୟ ଆସିଛି ଭାଷାକୁ ଭଲ ପାଇବାର ବୁଝିବାର ଓ ବ୍ୟବହାର କରିବାର |
.
ଧନ୍ୟବାଦ ବନ୍ଧୁ! ଆପଣ ସମୟ ଦେଇ ଉକ୍ତ ବିଷୟଟିକୁ ପଠନ କଲେ
| ମତାମତ ନିଶ୍ଚୟ ଦେବେ | ସେୟାର କରିବାକୁ ଆଦୌ ଭୁଲିବେ ନାହିଁ |
ମୋର ପ୍ରତି ପୋଷ୍ଟ ପାଇବାକୁ ହେଲେ ମୋ Blog କୁ Subscribe କରନ୍ତୁ |
ଆମର
YouTube  ଚେନେଲକୁ Subscribe ନିହାତି କରିବେ |
ପୁଣି କଥା ହେବା ଏକ ନୂଆ ବିଷୟ ନେଇ |
ଆଉଥରେ ଧନ୍ୟବାଦର ସହିତ
-ଆପଣଙ୍କର ସଂଜୁ-


-ସାହାଣୀ ସଞ୍ଜୟ କୁମାର ଧଉଳି ("ମନର କଥା") ମୋ-୯୦୩୬୦୫୫୧୦୫
My Blog Link-1 http://bit.ly/2z9CkPt
ମନର କଥା
My YouTube Chanel Link-1.http://bit.ly/2BJGEYm
My Facebook Page Link-1http://bit.ly/2kMyJlJ
My Twitter Link-1 https://twitter.com/dhauli_sanjay
****************O^O**************
*****************************************************

1 comment:

ଧନ୍ୟବାଦ!

ପଢନ୍ତୁ ଆଉ ସଭିଙ୍କୁ ପଢାନ୍ତୁ...
...ଆଉ ଥରେ ଭିଜିଟ୍ କରନ୍ତୁ ||
-ସାହାଣୀ ସଂଜୟ କୁମାର ଧଉଳି