ପ୍ରିୟ ଲେଖକ,ଲେଖିକା,ପାଠକ,ପାଠିକା !!! ➡ଆପଣମାନେ ଆପଣଙ୍କର ଲେଖା ପଠାନ୍ତୁ... ✍➡ଆମ୍ଭେ ସ୍ଥାନ ଦେବୁ ଆପଣଙ୍କ ଲେଖା ଏହି ବ୍ଲଗରେ... ✍➡ଦୟାକରି MS.Ward Format ରେ ପଠାଇବେ...✍➡ଯେ କୌଣସି ଓଡ଼ିଆ Font ବ୍ୟବହାରକରି ପଠାଇବାକୁ ଅନୁରୋଧ...ଅଫର➡ମନୋନୀତ ଲେଖା ଓ ପାଠକ/ପାଠିକାଙ୍କ ଦ୍ବାରା ଅଧିକ ସେୟାର କମେଣ୍ଟ ଆସିଥିବା ଲେଖା/ଭିଡ଼ିଓ ପାଇଁ ପାରଶ୍ରମିକ ଦେବାର ବ୍ୟବସ୍ତା ମଧ୍ୟ ଅଛି... ସମ୍ପର୍କ➡aapkekalamse@gmail.com

Tuesday, November 4, 2014

ଆହେ ଦୟାମୟ ବିଶ୍ଵବିହାରୀ..... ରଚୟୀତା: ରାମକୃଷ୍ଣ ନନ୍ଦ


ପ୍ରାର୍ଥନା: ଆହେ ଦୟାମୟ ବିଶ୍ଵବିହାରୀ
     ରଚୟୀତା: ରାମକୃଷ୍ଣ ନନ୍ଦ
………………………………………..………
ଆହେ ଦୟାମୟ ବିଶ୍ଵବିହାରୀ                        ତୁମ ଚରଣ ରେ ମୋର ଭକତି
          ଘେନ ଦୟାବହି ମୋର ଗୁହାରି()                    ଦିଅ ବିପଦେ ସାହସ ଶକତି()

ଜଳ ସ୍ଥଳ ବନ ଗିରି ଆକାଶ                          କୁଟ କପଟ ସ୍ଵଭାବ ଯାହାର
ତୁମ ଲୀଳା ସବୁଠାରେ ପ୍ରକାଶ ()                ତାଙ୍କୁ ଦୂରୁ ମୁଁ କରଇ ଜୁହାର()

ତୁମେ ଶୁଭ ବୁଦ୍ଧି ପରା ଶିଖାଅ                       ମୋତେ ନମିଶାଅ ତାଙ୍କ ସାଥିରେ
ମୋତେ ଭଲ ବାଟ ପରା ଦେଖାଅ()            ସଦା ରଖ ସାଧୁଜନ କତିରେ()

ମୋର କାମକୁ କରାଅ ସରସ                        ଦୟା ବିନୟ ହେଉ ମୋ ଭୂଷଣ
ମୋର ମୁଖେ ଦିଅ ଚିର ହରଷ()            କାହା ମନେ ନ ଦିଏ ମୁଁ କଷଣ(୧୦)

ମୋତେ ଖଳ ଅଳସୁଆ ନିକଟେ                     ସତ କହିବାକୁ କିଆଁ ଡରିବି
ନିଅ ନାହିଁ ସୁଖେ ଅବା ସଙ୍କଟେ()                ସତ କହି ପଛେ ମାଲେ ମରିବି(୧୧)

ଦୁଃଖି ଅରକ୍ଷିତ ସେବା କାରଣେ                     ମୋତେ ଏତିକି ଶିଖାଅ ସାଇଁ ହେ
ବଳ ଦିଅ ମୋର କର ଚରେଣେ()                ମୋର ଧନ ଜନ ଲୋଡା ନାହିଁ ହେ(୧୨)

**SANASAR ପତ୍ରିକା ରୁ ......
http://www.odishapublication.com/Sansar/index.html
 http://www.odishapublication.com